Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ସଞ୍ଜାବିଲ
ସଞ୍ଜାରେ ଚାଷ କରାଯାଉଥିବା ଜମି l
ସଞ୍ଜାଭାଗ
ଜମିଦାର ସଞ୍ଜାରୀତିରେ ପାଉଥିବା ଫସଲର ଅଂଶ l
ସଟର ସେଁ
ସାଇଁ ଶଗଡି l ବାଉଁଶ ନଳରେ କାଠି ପଶି ଡୋର ବାନ୍ଧି ଟଣାଯିବା ଏକ ପ୍ରକାର ଖେଳଣା l
ସଟରା
ପୁରୀର ସାଇଯାତରେ ନାଗା ସହିତ ବାହାରୁଥିବା ନାଗାଙ୍କ ସହିତ ସହଚର ସନ୍ନ୍ୟାସୀ l
ସଣ୍ଡୂଆସି
ବଣିଆ ଓ କମାରଙ୍କର କାମରେ ସହାୟକ ଦୁଇହାତ ବିଶିଷ୍ଟ ଯନ୍ତ୍ର, ଏହାକୁ ତାତିଲା ଜିନିଷ ଧରିବା ପାଇଁ ବ୍ୟବହାର କରାଯାଏ l
ସଣ୍ଢିଆ
ଶଗଡଚକର ପହିରେ ଥିବା ପୁଟିଗୁଡ଼ିକୁ ଯୋଡେଇବା ପାଇଁ ହୋଇଥିବା ଘରାରେ ଦିଆଯାଉଥିବା କାଠଖିଲ, ସଣ୍ଢିଆକିଳା l
ସତାନିପତାନି
ବ୍ୟକ୍ତିର ପୂର୍ବ ସାତପୁରୁଷ ଓ ପର ସାତପୁରୁଷ l
ସତୀଡେଙ୍ଗୁରା
ଅହ୍ୟନାଗରା l ସଧବା ସ୍ତ୍ରୀ ମଲେ, ତା’ର ଶବ ଶୋଭାଯାତ୍ରାରେ ନାଗରା, ଶଙ୍ଖ, ମହୁରୀ ବାଜିବା ଓ ଖଇ କଉଡି ବିଞ୍ଚାହେବାଦି କାର୍ଯ୍ୟ l
ସତ୍ୟନାରାୟଣ ପୂଜା
୧. ସତ୍ୟପୀର ଉପାସନା l ୨. ବିଷ୍ଣୁଙ୍କ ପୂଜା l ଏଇ ପୂଜାରେ ଅରୁଆଚାଉଳଚୂନା ବା ଗହମଚୂନା ସହିତ ପାଚିଲା କଦଳୀ, ନଡ଼ିଆକୋରା, କ୍ଷୀର, ଘିଅ, ଗୁଡ଼ ଇତ୍ୟାଦି ମିଶା ଶିରିଣୀ ଭୋଗ କରାଯାଏ l ପାଲାଦଳ ଦ୍ଵାରା ମଧ୍ୟ ପାଲା ପରିବେଷିତ ହୁଏ l
ସତ୍ୟନାରାୟଣ ବ୍ରତ
କାମନା ପୂରଣ କରିବା ପାଇଁ ସତ୍ୟନାରାୟଣଙ୍କ ପୂଜାର ଅନୁଷ୍ଠାନ l ଏଥିରେ ବନ୍ଧୁ କୁଟୁମ୍ବମାନେ ସହଯୋଗ କରିଥାଆନ୍ତି l ସଂକ୍ରାନ୍ତି ଓ ପୂର୍ଣ୍ଣୀମାଦିର ସନ୍ଧ୍ୟାରେ ଏଇ ପୂଜା ଅନୁଷ୍ଠିତ ହୋଇଥାଏ l
ସତ୍ୟନାରାୟଣପାଲା
ସତ୍ୟନାରାୟଣଙ୍କର ପୂଜା ଓ ଷୋଳପାଲା ଅନୁଷ୍ଠାନ l ସନ୍ତାନର ଶୁଭ ମନାସି ସତ୍ୟପୀରଙ୍କ ଉପାସନା କରାଯାଏ l ଏଥିରେ ହିନ୍ଦୁ ମାନଙ୍କ ସତ୍ୟନାରାୟଣ ଓ ମୁସଲମାନଙ୍କର ପୀରଙ୍କ ଉପାସନା କରାଯାଏ l ସତ୍ୟପୀର ହିନ୍ଦୁ ଓ ମୁସଲମାନଙ୍କର ମିଶ୍ରିତ ଦେବତା l ଆସ୍ଥାନରେ ପାଞ୍ଚଗୋଟି ମୁକାମ ଥୁଆଯାଏ l ଏଗୁଡ଼ିକ ହେଲେ ଗଣେଷ, ନାରାୟଣ, ଶିବ, ସୂର୍ଯ୍ୟ ଓ ଅମ୍ବିକା l ଏଥିରେ ଷୋଳଟି ଗଳ୍ପ ବିଶିଷ୍ଟ ପାଳିଗାନ ଗୀତ ହୁଏ l ଏଗୁଡ଼ିକ ବଙ୍ଗଳାର ଦ୍ଵିଜ କବିକର୍ଣ୍ଣଙ୍କ ଦ୍ଵାରା ରଚିତ l ଉର୍ଦ୍ଦୁ, ବଙ୍ଗଳା-ତେଲୁଗୁ ଓ ଓଡିଆ ମିଶା ଏହାର ଭାଷା l ଏହାର ଷୋଳ ପାଲା ହେଉଛି – ୧. ଜନ୍ମପାଲା l ୨. ପଦ୍ମଲୋଚନ ପାଲା l ୩. ମର୍ଦ୍ଦଗାଜି ଜନ୍ମପାଲା l ୪. ମର୍ଦ୍ଦଗାଜିବିଭାପାଲା l ୫. ବିଦ୍ୟାଧରପାଲା l ୬. ମଦନସୁନ୍ଦରପାଲା l ୭. ସଦାନନ୍ଦ ସୌଦାଗରପାଲା l ୮. ଶ୍ଵେତବସନ୍ତପାଲା l ୯. ଗୁଡିଆଶଙ୍କରପାଲା l ୧୦. ଦୁର୍ଜନସିଂହପାଲା l ୧୧. ହୀରାଚାନ୍ଦପାଲା l ୧୨. ହରିଅର୍ଜ୍ଜୁନପାଲା l ୧୩. କାଠୁରିଆପାଲା l ୧୪. ଲକ୍ଷ୍ମଣକୁମାରପାଲା l ୧୫. ଅଭିନ୍ନମଦନପାଲା l ୧୬. ସ୍ଵର୍ଗାରୋହଣପାଲା l ପାଲାଦଳ ଏଇ ପାଲା ଗାନ କରନ୍ତି l ପୋଥିବାଲା, ବୈଠକୀ ଏବଂ ଠିଆପାଲା ଭେଦରେ ଏହା ତିନିପ୍ରକାରେ ଅନୁଷ୍ଠିତ ହୋଇଥାଏ l
ସତ୍ୟପୀର ପୂଜା
ସତ୍ୟନାରାୟଣ ପୂଜା l
ସଦାବ୍ରତ ମଠ
ଖଇରାତି ମଠ l ଏଇ ମଠରେ ସମାଗତ ଅତିଥି, ଅଭ୍ୟାଗତଙ୍କୁ ଭୋଜନାଦି ଦେବା ପାଇଁ ସଂପତ୍ତି ଖଂଜା ଯାଇଥାଏ l
ସଧ
ସାଦଖିଆ l ଗର୍ଭିଣୀନାରୀର ଅଭିଳଷିତ ଖାଦ୍ୟଖିଆ l
ସନ୍ତକ
ସୂଚକ ଚିହ୍ନ, ଦସ୍ତଖତ l ସଧବାମାନଙ୍କର ଗୋଡ଼ମୁଦି, ବିଧବା ମାନଙ୍କର ତୁଳସୀମାଳି ହେଉଛି ସନ୍ତକ l ଗଉଡ ସନ୍ତକ ବାଡି, କରଣ ସନ୍ତକ ଲେଖନୀ, ବ୍ରାହ୍ମଣ ସନ୍ତକ କୁଶବଟୁ, ବଢେଇ ସନ୍ତକ ମୁଗୁର, ଚଷା ସନ୍ତକ ମଇ, ଗୁଡିଆ ସନ୍ତକ ଚଟୁ, ଖଣ୍ଡାଏତ ସନ୍ତକ ଖଣ୍ଡା, କ୍ଷତ୍ରିୟ ସନ୍ତକ ଧନୁ, ମହାନାୟକଙ୍କ ସନ୍ତକ କଟାରୀ, ବଣିଆ ସନ୍ତକ ନିକିତି, ଭଣ୍ଡାରି ସନ୍ତକ ନହୁରୁଣୀ, କେଉଟ ସନ୍ତକ ସଡିଙ୍ଗ ଇତ୍ୟାଦି l
ସନ୍ତରା
ବେରୁହାଁ ଜାତୀୟ ମାଂସଳ ତୃଣ ଓ ଏଥିରେ ତିଆରି ସପ, ମସିଣା l
ସନ୍ତୁଳା
ଅଳ୍ପ ତେଲରେ ଭଜା, ଅଧାସିଝା ଅଳ୍ପ ପାଣିଦିଆ ପରିବା ତରକାରୀ l
ସନ୍ଥ
ସାଧୁ, ଧର୍ମପରାୟଣ, ପରୋପକାରୀ ସଂସାର ତ୍ୟାଗୀ ବ୍ୟକ୍ତି l
ସନ୍ଥମେଳା
ସାଧୁମାନଙ୍କର ମେଳନ, ଉତ୍ସବ, ଧର୍ମଚର୍ଚ୍ଚା ସ୍ଥାନ l
ସନ୍ଦାଡ