Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ସନ୍ଧିଆ
ଚକ ପହିର ଯୋଡସ୍ଥାନ l
ସନ୍ଧିଆପଚରା
ଶଗଡ଼ଚକର ପରିଧିରେ ଥିବା ଅଲଗା ଅଲଗା କାଠଖଣ୍ଡର ଯୋଡ ଓ ଯୋଡମୁହଁରେ ମରାଯିବା ପଚର ବା କିଳା l
ସନ୍ଧିକଥା
ଗୋପନ କଥା, ଗୂଢ଼ କଥା l
ସନ୍ଧିଚୋର
ସିନ୍ଧିକାଠିରେ ଗାତଖୋଳି ଚୋରି କରୁଥିବା ଚୋର l
ସନ୍ଧିପୂଜା
ଆଶ୍ଵିନ ଓ ଚୈତ୍ରଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିର ମଧ୍ୟ କ୍ଷଣରେ ଅନୁଷ୍ଠିତ ଦୁର୍ଗା ଦେବୀଙ୍କର ପୂଜା l
ଏହା ଅଷ୍ଟମୀ ଶେଷ ଓ ନବମୀ ଆରମ୍ଭରେ ଅନୁଷ୍ଠିତ ହୋଇଥାଏ l
ସନ୍ଧିବେଳ
୧. ଅଖଞ୍ଜିଆ ସମୟ, ବିଷମ ସମୟ, ସଙ୍ଗୀନବେଳା l ୨. ଦିନ ଓ ରାତିର ମିଳନ ସମୟ, ସନ୍ଧ୍ୟା l
ସନ୍ଧ୍ୟା
୧. ସଞ୍ଜ ସମୟ l ୨. ସଂଜ ସମୟରେ ଧ୍ୟାନାଦି କର୍ମ l
ସନ୍ଧ୍ୟା ଆଳତି
ସଂଜବେଳେ ଦିଅଁଙ୍କ ପାଖରେ ଘିଅବତିରେ ବନ୍ଦାପନା l
ସନ୍ଧ୍ୟା କରିବା
ସକାଳ, ମଧ୍ୟାହ୍ନ ଓ ସଂଜ – ଏଇ ତ୍ରିସନ୍ଧ୍ୟାରେ ଅନୁଷ୍ଠିତ ଉପାସନା l
ସନ୍ଧ୍ୟାଘଣ୍ଟ
ସଂଜ ସମୟରେ ଦେବାଳୟ ଠାକୁର ଘର ଇତ୍ୟାଦିରେ ସଂଜବତି ଦେଇ ଘଣ୍ଟ ବଜାଇବା l
ସନ୍ଧ୍ୟାଦର୍ଶନ
ଆଷାଢ଼ ଶୁକ୍ଳ ନବମୀ ତିଥିରେ ସଂଜବେଳେ ଗୁଣ୍ଡିଚାଘରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ l
ସନ୍ଧ୍ୟାଦୀପ
ସଂଜବେଳେ ଜଳାଯାଉଥିବା ଘିଅଦୀପ l
ସନ୍ଧ୍ୟାଧୂପ
ସଞ୍ଜ ସମୟରେ ଦେବଦେବୀଙ୍କର ବିବିଧ ନୈବେଦ୍ୟ ଅର୍ପଣ l
ସନ୍ଧ୍ୟାବତି (ବଳିତା)
ସଂଜ ସମୟରେ ଘରେ, ଦେବାଳୟରେ, ଚଉରା ନିକଟରେ ଜଳାଯିବା ବଳିତା ବା ବତି l
ସପତମ ଶୀତଳ
ମୃତ୍ୟୁର ସପ୍ତମ ଦିବସରେ ଅନୁଷ୍ଠିତ ପଣା, ୭ମୀ ପଣା l
ସପମସିଣା
ଚିକ୍କଣ ତୃଣ ଦ୍ଵାରା ବୁଣା ଯାଇଥିବା ମସିଣା ଭଳି କୋମଳ ବିଛଣା l ଏହା ବାଣିଡୋରରେ ବୁଣାଯାଏ l
ସପାଦଶିରିଣି
୧୦୦ ପାଚିଲା କଦଳୀ ଏକସେର ଏକପାଆ ପରିମାଣର ଘିଅ, ଦୁଧ, ଗହମ ଅଟା ମିଶାଯାଇ ପ୍ରସ୍ତୁତ କରାଯାଉଥିବା ଶିରିଣି l
ସପ୍ତମଙ୍ଗଳା
ବିବାହର ସପ୍ତମ ଦିବସ ଓ ଏଇଦିନ ବରକନ୍ୟାଙ୍କର ବନ୍ଦାପନାଦି କର୍ମ l
ସପ୍ତମୀପୂଜା
ଦେବୀ ଦୁର୍ଗାଙ୍କର ଆଶ୍ଵିନ ଶୁକ୍ଳ ସପ୍ତମୀରେ ଅନୁଷ୍ଠିତ ପୂଜାବିଧି l
ସପ୍ତା