भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସପ୍ତାବସିବା

ଏକ ସପ୍ତାହକାଳ ଭାଗବତ ପଢାଯିବା ଅନୁଷ୍ଠାନ l

ସପ୍ତାଭାଗବତ

ଏକ ସପ୍ତାହ ମଧ୍ୟରେ ସମଗ୍ର ଭାଗବତ ଗ୍ରନ୍ଥରେ ଅମୂଳଚୂଳ ପାଠାଦି ଅନୁଷ୍ଠାନ l

ସବରା

ଭରାନଈ, ବଢିରେ ପୂର୍ଣ୍ଣଗର୍ଭା ନ‌ଈ l

ସବାଖାଈ

୧. ନିଷିଦ୍ଧ ଖାଦ୍ୟ, ଅମେଧ୍ୟ, କୁତ୍ସିତ ଖାଦ୍ୟ ଖାଉଥିବା ନାରୀ l ୨. ସନ୍ତାନମାନେ ମରିଥିବା ନାରୀ ପ୍ରତି ଗାଳି l ୩. ସ୍ଵାମୀ ଓ ସନ୍ତାନ ନଥିବା ନାରୀ ପ୍ରତି ଗାଳି l

ସବାଖିଆ

କେଳା ଭଳି ଯାଯାବର ଜାତି l ଏମାନେ ସାପ, ବେଙ୍ଗ, ଗୋଧି, କଙ୍କଡାଦି ସମସ୍ତ ପ୍ରକାରର ଜନ୍ତୁକୁ ଖାଦ୍ୟ ରୂପେ ଖାଆନ୍ତି l

ସବାରାଶି

ପ୍ରତ୍ୟେକ ଜମିକୁ ଗୋଟି ଗୋଟି କରି ମାପିବା l

ସବାରାଶିମଡାଣ

ଭ‌ଉଁରିଆର ଲେଖା ଅନୁଯାୟୀ ଜମି ମାପ କରି ହିସାବ ମିଳାଇବା l

ସବାରି

୧. ପାଲିଙ୍କି, ଖଡଖଡି l ୨. ଘୋଡା ଗାଡିରେ ବସିବା ଥର l

ସବାରିଗ‌ଉଡ଼

ସବାରି କାନ୍ଧାଉଥିବା ବେହେରା, ଗ‌ଉଡ l

ସବାରିଗାଡ଼ି

ଲୋକଙ୍କ ବସିବା ପାଇଁ କୋଠରି ପରି ଚାରିକଣିଆ ଆସନ ପରାଯାଇଥିବା ଗାଡି l

ସବାରିଡ଼ାକ

ବେହେରା ସବାରି ବହନ କରି ନେଲା ବେଳେ ଶ୍ରମ ଲାଘବ ପାଇଁ ବଡପାଟିରେ ଉଚ୍ଚାରଣ କରୁଥିବା ଭଙ୍ଗା ଭଙ୍ଗା ଗୀତ ବା ଡାକ l ଯଥା : ‘ହାକୁମ ଧାବଲୋ, ଏଇଠି ଖାଲଲୋ, ଏଇଠି ଢିପଲୋ’ ଇତ୍ୟାଦି l

ସବାରିପାଇକ

ସବାରି ପାଖେ ପାଖେ ଅସ୍ତ୍ରଶସ୍ତ୍ରାଦି ଧରି ଯାଉଥିବା ପାଇକ l

ସବାରିବେହେରା

ସବାରି ବହନ କରୁଥିବା ଗ‌ଉଡ l

ସବାରିହାତୀ

ଅନ୍ୟ ଲୋକଙ୍କୁ ବୋହୁଥିବା ହାତୀ l

ସମାଜ

୧. କେତେକ ବୈଷ୍ଣବଙ୍କ ସମାଧି ସ୍ଥାନ l ୨. ଜାତିଆଣ ସଭା l ୩. ଯାତ୍ରା l ୪. ଲୋକନାଟକର ବିଷୟ ପ୍ରକରଣ l

ସମାଧିମନ୍ଦିର

ସମାଧି ଉପରେ ତିଆରି ହୋ‌ଇଥିବା ଛୋଟ ଦେଉଳ l

ସମାସ

ମନ୍ଦିର ବେଢାସ୍ଥ ରୋଷଶାଳା ସନ୍ନିକଟ ଯୋଗାଡଘର, ଏଇଠାରେ ଚୂନାକୂଟା, ଉଖୁଡା ପ୍ରସ୍ତୁତି, ବେସରବଟା, ପରିବାକଟାଦି କାର୍ଯ୍ୟ ହୁଏ l

ସମୁଦି(ଧି)

ବିବାହିତ ପୁତ୍ର ଓ କନ୍ୟାଙ୍କର ପିତା, ବଧୂ ଓ ଜାମାତାଙ୍କ ବାପାଙ୍କ ସହିତ ସଂପର୍କ ଏବଂ ସଂବୋଧନ l ସ୍ତ୍ରୀ- ସମୁଦୁଣୀ l

ସମୁଦିମେଲାଣି

ବରକନ୍ୟାର ବିବାହପରେ କନ୍ୟାପିତାଙ୍କଠାରୁ ବରପିତାଙ୍କର ବିଦାୟ କାଳରେ କନ୍ୟାପିତାଙ୍କ ଦ୍ଵାରା ପ୍ରଦତ୍ତ ଯୋଡ ଲୁଗାଦି ଉପହାର l

ସମ୍ପାକଟା

ଅଭିଶାପ ଓ ଗାଳିଗୁଲଜ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App