भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସମ୍ବନ୍ଧପଡ଼ିବା

କନ୍ୟା ପକ୍ଷରୁ ବରପକ୍ଷ ସହିତ ବିବାହ ସଂପର୍କ ଯୋଡିବା ପାଇଁ ପ୍ରସ୍ତାବ ଦିଆଯିବା l

ସର‌ଉତା

ଗୁଆକାତି, ଗୁଆ କଟାଯିବା ଲୁହା ଯନ୍ତ୍ର l

ସରକଲମ

ଶର ତୃଣର ଶୁଖିଲା କାଠିକୁ ମୁନିଆଁ କରି ପ୍ରସ୍ତୁତ କଲମ l

ସରଗୁଣା

ଏକ ପ୍ରକାରର ସ୍ଵରବାଦ୍ୟ, ବୀଣାକୃତି ତାରବାଦ୍ୟ l

ସରଘର

ଭଣ୍ଡାରଘର l

ସରଘରିଆ

ଭଣ୍ଡାର ଘରର ଦାୟିତ୍ଵରେ ଥିବା ବ୍ୟକ୍ତି l

ସରପଣା

ଦୁଧମିଶା ଛେନା ପଣା l

ସରଳି

ଛୋଟ ଆକାରର ମାଟି ପଲମ, ଏହା ସରାଠାରୁ ବଡ ଏବଂ ପଲମଠାରୁ ଛୋଟ l

ସରଶୁଆଳି

ଗହମ ଅଟା, ଗୁଡ ଓ ଦୁଧ ମିଶା ଘିଅଛଣା ପିଠା, ଏଥିରେ ପୁର ଦିଆଯାଇଥାଏ l

ସରସିଆ

କବାଟ ବା ସିନ୍ଦୁକରେ ଲାଗିଥିବା କୁହୁଣ୍ଡା l

ସରସ୍ଵତୀପୂଜା

ମାଘ ଶୁକ୍ଳ ପଞ୍ଚମୀରେ ଅନୁଷ୍ଠିତ ଦେବୀ ସରସ୍ଵତୀଙ୍କ ପୂଜନ ଉତ୍ସବ l

ସରାଗାତ

କାନ୍ଥରେ, ଚଟାଣରେ ଟଙ୍କା ପ‌ଇସା ଲୁଚାଇ ରଖିବା ପାଇଁ ସରା ପୋତା ଯିବା ଗାତ l ଗୋଟିଏ ସରାରେ ଟଙ୍କା, ଅଳଂକାରାଦି ରଖି, ଏହା ଉପରେ ଅନ୍ୟ ଗୋଟିଏ ସରା ଘୋଡାଇ ଏପରି ଗାତରେ ପୋତାଯାଏ l

ସରାଣୀ

ଅନ୍ତଃପୁରର ଭଣ୍ଡାର ଦାୟିତ୍ଵରେ ଥିବା ଚାକରାଣୀ l ସରିଆଣୀ l

ସରି

୧. ଶଗଡ଼ଗୁଳା l ୨. ଦ‌ଉଡିର ଏକ ଫାଳ l ୩. ଘରାରେ ପଡ଼ିବା l

ସରିକିଦାରିଆ

ଯେଉଁ ଜମିରେ ଅନେକ ଅନେକ ଅଂଶୀଦାର ଥାଆନ୍ତି l

ସରିବାଟ

ମଡ଼ାବାଟ, ଚଲାବାଟ l

ସର୍ଦାର

୧. ଦଳପତି l ୨. ନେତା l ୩. କୁଲିମୁଖ୍ୟ l ୪. ଚାକର ମୁଖ୍ୟ l୫. ବେହେରାମୁଖ୍ୟ l ୬. ମେଳିଆ ମୁଖ୍ୟ l

ସହଣ

ଅଧିକ ଧାନ ପାଇବା ପାଇଁ ଆଗିଲା ଚାଷୀଙ୍କୁ ଅଗ୍ରୀମ ଟଙ୍କା ଦେବା l

ସହି

୧. ନିରକ୍ଷର ଲୋକର ଦସ୍ତଖତ ହେବା ସ୍ଥାନରେ ଟିପଚିହ୍ନ ଦେଇ ଅନ୍ୟଜଣେ ତାର ନାମ ଲେଖିଦେବା l
୨. ସମବୟସ୍କ ବା ସମବୟସ୍କାମାନେ ମିତ ବସି ପରସ୍ପରକୁ ସହି ବୋଲି ସଂବୋଧନ କରିବା l

ସହିସ

ପୋଷା ଘୋଡାର ତତ୍ତ୍ଵାବଧାରକ ଚାକର l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App