भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସାଆନ୍ତ

ସାମନ୍ତ, ରାଜପୁତ୍ର, ଜମିଦାର, ପ୍ରଭୁ, ଧନୀ ମହାଜନଙ୍କ ପ୍ରତି ସଂବୋଧନ l

ସାଆନ୍ତବାପା

ବାପାଙ୍କ ବାପା, ଜେଜେବାପା l

ସାଆନ୍ତବିଦାକି

କରଣ ଘରର ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଫେରିବା ସମୟରେ କନ୍ୟାପକ୍ଷ ତରଫରୁ ପ୍ରଦତ୍ତ ମର୍ଯ୍ୟାଦା ସୂଚକ ଉପହାର l

ସାଆନ୍ତଭାଇପୁଅ

ରାଜାଙ୍କ ରକ୍ଷିତାଠାରୁ ଜନ୍ମିତ ପୁତ୍ର l

ସାଆନ୍ତାଣୀ

ସାଆନ୍ତ ପତ୍ନୀ l

ସାଇ(ହି)

୧. ଏକ ସ୍ଥାନରେ ଥିବା ଗୁଡିଏ ଘର l ୨. ଗାଁର ପଡା l

ସାଇଅଣ୍ଡିରା

ସାଇବାସୀ ଯୁବାଦଳ l

ସାଇଦେବତା

ଜାତି ଓ ବୃତ୍ତିଜୀବୀ ଇତ୍ୟାଦିଙ୍କ ନାମରେ ଏଗୁଡ଼ିକର ନାମ କରାଯାଇଥାଏ l

ସାଇବସା

ନିଶାପ ବା ସାଇଭିତରେ ହେଉଥିବା ବିଚାର l

ସାଇବୁଲା

ରଜପର୍ବରେ ଝିଅମାନଙ୍କର ବିଭିନ୍ନ ଘର ଓ ସାଇକୁ ବୁଲିବାକୁ ଯିବା l

ସାଇମ‌ଉଜ

ଏକ ସାଇର ଅଧିବାସୀଙ୍କ ମଧ୍ୟରେ ଅନୁଷ୍ଠିତ ଭୋଜି ଓ ନୃତ୍ୟ ଗୀତାଦି ଉତ୍ସବ l

ସାଇମୁଣ୍ଡ

ସାଇର ଶେଷଭାଗ l

ସାଇମୂଳିଆ

ଧାଡ଼ି ଧାଡ଼ି ହୋ‌ଇ ସଜିତ ଗୃହଥିବା ସାଇ l

ସାଇଯାତ

୧. ଗୋସାଣୀ ଯାତ; ଦଶହରା ବେଳେ ପୁରୀର ବିଭିନ୍ନ ସାଇରୁ ବାହାରୁଥିବା ଗୋସାଣୀ ମେଢ, ପଟୁଆର, ନାଗାନୃତ୍ୟ l ୨. ରାମ ନବମୀଠାରୁ ପୁରୀରେ ନୃସିଂହ, ରାମ, ଲକ୍ଷ୍ମଣ, ସୀତା, କାଳିକା, ହରଚଣ୍ଡୀ ବେଶ ହୋ‌ଇ ସାଇରେ ବୁଲି ବୁଲି କରିବା ଯାତ୍ରା l

ସାଇଁଶଗଡ଼

ବାଉଁଶନଳୀରେ କାଠି ପଶି, ଉପରେ ଶୁଖିଲା ଆମ୍ବ ଟାକୁଆ ଫୁଟା ହୋ‌ଇଥିବା କାଠିରେ ସୂତା ବାନ୍ଧି ଟଣାଯିବା ଏକ ପ୍ରକାର ଖେଳଣା l

ସାଉ(ଉଁ)ଳିଆ

ପଟିକିଆ ବଳଦ ରଖିଥିବା ଲୋକେ ଅନ୍ୟଜଣଙ୍କର ପଟିକିଆ ବଳଦ ଅଦଳବଦଳ କରି କରୁଥିବା ଚାଷ ବ୍ୟବସ୍ଥା l

ସାଉଳୀ

ଚକୁଳିପିଠା l

ସାକ୍ଷିଅଲଗଡା

ଯେଉଁ ଆବଦ୍ଧ ସ୍ଥାନରେ ଠିଆ ହୋ‌ଇ ସାକ୍ଷି ସାକ୍ଷ୍ୟ ଦିଏ l

ସାକ୍ଷିକରିବା

କୌଣସି ଘଟଣାରେ ଅନ୍ୟଜଣକୁ ସାକ୍ଷି ରୂପେ ପ୍ରକାଶ କରିବା l

ସାକ୍ଷିଖରଚା

ସାକ୍ଷିର ଯାତାୟାତ ଓ ଖାଦ୍ୟପେୟାଦି ଖର୍ଚ୍ଚ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App