Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ସାକ୍ଷିଗୁଜାରିବା
ସାକ୍ଷ୍ୟ ଦେବା ପାଇଁ ସାକ୍ଷିବ୍ୟକ୍ତିକୁ ହଜୁରଙ୍କ ନିକଟରେ ପହଞ୍ଚାଇବା l
ସାକ୍ଷିଜମାନବନ୍ଦୀ
ଅଦାଲତରେ ସାକ୍ଷିର ବୟାନ, ସତ୍ୟାସତ୍ୟ ପ୍ରକାଶ l
ସାକ୍ଷିପଡିବା
ନିରକ୍ଷର ବ୍ୟକ୍ତି ନିଜ ନାମ ଲେଖା ନଜାଣିବା ହେତୁ, ତା’ ଟିପ ଚିହ୍ନ ନେଇ ତା’ ନିକଟରେ ଅନ୍ୟଜଣେ ସେ ଟିପଚିହ୍ନ ସଂପୃକ୍ତ ବ୍ୟକ୍ତିର ବୋଲି ଲେଖି, ନିଜ ନାମ ଦସ୍ତଖତ କରିବା l
ସାକ୍ଷୀ
ପ୍ରତ୍ୟକ୍ଷଦର୍ଶୀ, ତା’ର ବିବରଣୀ l
ସାଙ୍ଗିଦଉଡ଼ା
ଯେଉଁ ଦଉଡାରେ ଭାରି ଜିନିଷ ବାନ୍ଧି ସାଙ୍ଗିବାଉଁଶରେ ଝୁଲାଯାଏ l
ସାଙ୍ଗିବାଉଁଶ
ଯେଉଁ ବାଉଁଶଖଣ୍ଡର ମଝିରେ ଭାରି ପଦାର୍ଥ ବାନ୍ଧି ଝୁଲାଇ ଦୁଇଜଣ ଦୁଇ ପାଖରୁ କାନ୍ଧାନ୍ତି l
ସାଙ୍ଗିଶିକୁଳା
ସାଙ୍ଗିରେ ବୁହା ଜିନିଷ ବନ୍ଧା ଜଂଜିର ବା ଶିକୁଳି l
ସାଙ୍ଗୁଆ
ସାଙ୍ଗି କରି ଭାର ବହନ କରୁଥିବା ଦୁଇବ୍ୟକ୍ତି l
ସାଚିଉଖୁଡ଼ା
କନ୍ଦ ବା ଚିନିରେ ପାଗ କରାଯାଇଥିବା ଉଖୁଡା l
ସାଚିକୋରା
ଧଳା କନ୍ଦ ବା ଚିନିରେ ତିଆରି କୋରା l
ସାଜ
୧. ଏକସେଟ୍ ଅଳଂକାର l ୨. ଏକସେଟ୍ ପୋଷାକ l ୩. ପୋଷାକପତ୍ର l ୪. ଉପକରଣ, ସାମଗ୍ରୀ l
ସାଜପକାଇବା
ଘୋଡାକୁ ସାଜଦ୍ଵାରା ପ୍ରସ୍ତୁତ କରାଇବା l
ସାଜିମାଟି
ଖାରିଆମାଟି, ଲୁଣିଆମାଟି l
ସାଞ୍ଜୁ
ଯୋଦ୍ଧାର ଦେହ ରକ୍ଷକ ମୋଟା ଚମଡାର ପୋଷାକ l
ସାତଗାତି
ସାତଟି ଗାତ କରି, ଏଥିରେ ତେନ୍ତୁଳି ମଂଜି ପକାଇ ଖେଳାଯାଉଥିବା ଖେଳ l
ସାତଦୀପ
ବରକନ୍ୟାଙ୍କୁ ବନ୍ଦାଇବା ପାଇଁ ବ୍ୟବହୃତ ସାତମୁହଁ ଥିବା ମାଟିଦୀପ l
ସାତପହଣ୍ଡି
ବାଲିରେ କାଠି ପୋତି ସାତ ପାହୁଣ୍ଡ ଯାଇ ବାଡି ଖୋଜିବା ଭଳି ପିଲାଙ୍କ ଖେଳ l
ସାତପୁରି ଅମାବାସ୍ୟା
ଭାଦ୍ରବ ଅମାବାସ୍ୟା, ଏଇଦିନ ପିତୃଶ୍ରାଦ୍ଧ ଦିଆଯାଏ l ଜଗନ୍ନାଥ ଓ ଲିଙ୍ଗରାଜଙ୍କଠାରେ ସାତପ୍ରକାରର ପିଠା ଭୋଗ କରାଯାଏ l
ସାତବେଣ୍ଟି
ରାଜା ଅମଳରେ ଅପରାଧୀକୁ ଦଣ୍ଡ ସ୍ଵରୂପ, ମୁଣ୍ଡରେ ସାତଜାଗାରେ ବେଣ୍ଟି ରଖି ଖିଅର କରାଯିବା ଦଣ୍ଡ l
ସାତମାଇପି