भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସାତସାଇ

ପୁରୀର ସାତଗୋଟି ସାଇ l ଯଥା- ଦୋଳମଣ୍ଡପସାଇ, କୁଣ୍ଢେଇବେଣ୍ଟସାଇ, ମାର୍କେଣ୍ଡେଶ୍ଵର ସାଇ, ବାଲିସାଇ, ହରଚଣ୍ଡୀ ସାଇ, ବାସେଳୀସାଇ ଇତ୍ୟାଦି l

ସାଥୁଆ

ଅନ୍ୟ ପଣ୍ଡାର ଯାତ୍ରୀମାନଙ୍କ ସହିତ ଯାଉଥିବା ଯାତ୍ରୀ ଗୁମାସ୍ତା l

ସାଧବ

ମହାଜନ, ବଣିକ, ଧନବନ୍ତ l ସ୍ତ୍ରୀ. ସାଧବାଣୀ l

ସାନିଗିରସ୍ତ

ପରିତ୍ୟକ୍ତା, ବିଧବାନାରୀକୁ ରକ୍ଷିତା ରୂପେ ଗ୍ରହଣ କରୁଥିବା ପୁରୁଷ l

ସାପଖେଳା

ସାପୁଆ କେଳାମାନେ ପେଡିରୁ ସାପ ବାହାର କରି ନାଗେଶ୍ଵରୀ ବଜାଇ ମନ୍ତ୍ର ପଦ ଡାକି ସାପ ଖେଳାଇବା l

ସାପୁଆଡଙ୍ଗା

ହୁଲି ଡଙ୍ଗା | ପାଞ୍ଚ ସାତ ହାତ ଲମ୍ବା ମୋଟା କାଠଗଡକୁ ଖୋଳି ତିଆରି ହୋ‌ଇଥିବା ଛୋଟ ଡଙ୍ଗା l

ସାବଳ

୧. ସୁନା, ରୁପା ଅଳଙ୍କାର ଢାଲ ଆଦି ତିଆରି କରିବାରେ ବ୍ୟବହୃତ ବଣିଆଙ୍କର ଏକ ହତିଆର l
୨. ମାଟିଖୋଳିବା, କାନ୍ଥ ଇତ୍ୟାଦି ତାଡ଼ିବା ପାଇଁ ବ୍ୟବହୃତ ଏକ ଫାଳ ଚ‌ଉଡା ଧାର ଥିବା ଲୁହା ଦଣ୍ଡ l

ସାବିତ୍ରୀ ଅମାବାସ୍ୟା

ଜ୍ୟେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ, ଏଇଦିନ ସଧବା ନାରୀମାନେ କରୁଥିବା ବ୍ରତ l ସଧବା ସ୍ତ୍ରୀମାନେ ଏଇଦିନ ଶୁଦ୍ଧ ସ୍ନାନ, ଉପବାସ କରି, ନବ ବସ୍ତ୍ର ପିନ୍ଧନ୍ତି, ଫଳମୂଳ ଭୋଗ କରି ସ୍ଵାମୀଙ୍କ ମଙ୍ଗଳ ମନାସନ୍ତି l

ସାବିତ୍ରୀବ୍ରତ

ସାବିତ୍ରୀ ଅମାବାସ୍ୟାରେ ସଧବା ନାରୀମାନେ ଉପବାସ ରହି ପାଳନ କରୁଥିବା ବ୍ରତ l

ସାର

୧. ପଶାଗୋଟି l ୨. ଅଗିରେ ପକାଯାଉଥିବା ସାତଖଣ୍ଡ ସାହାଡା ଝଟା ବା ଅଣଖୁଆ l ୩. ଖତ ଓ ଗୋବର l ୪. ବଳ l

ସାରଙ୍ଗୀ

ଧନୁ ଆକାରର ତାରବାଦ୍ୟ ବିଶେଷ l ଏହା ବଙ୍କା ଧନୁକାକାର କାଠରେ ତିଆରି, ଏଥିରେ ଲାଗିଥିବା ସରୁ ତାରକୁ ବଜାଇଲେ ଏଥିରୁ ସ୍ଵର ସୃଷ୍ଟି ହୁଏ l

ସାରୁ

କାଦୁଆ ଜମିରେ ଗଛ ମୂଳରେ ଫଳୁଥିବା କନ୍ଦ ଜାତୀୟ ପରିବା l ଏହା ଖୁବ୍‌ ଗଲୁ ହୁଏ l

ସାରେଣୀ

ଫମ୍ପା କ‌ଇଥ ବା ବେଲରେ ତିଆରି ଏକ ପ୍ରକାରର ଖେଳଣା l

ସାଲ

୧. ଲମ୍ବକାଠର ପାନେଲ କବାଟରେ ବିନ୍ଧରେ ପଶିବା ପାଇଁ ଆଡିକାଠର ଦୁଇଇମୁଣ୍ଡରେ ଖୋଳା କରାଯାଇଥିବା ସରୁଆ ଅଂଶ l୨. ଏକ ବର୍ଷର ଗଣନା l

ସାଲଗମ

ଶୀତଦିନେ ଚାଷ ହେଉଥିବା ଏକ ପ୍ରକାର ଗୋଲମୂଳା l

ସାଲି

ଗୋଟିଏ ମୁଣ୍ଡ ମୁନିଆଁ ଓ ଅନ୍ୟମୁଣ୍ଡ ଚେପେଟା ଥିବା ବଣିଆଙ୍କର ଅଳଂକାର ତିଆରିରେ ବ୍ୟବହୃତ ଯନ୍ତ୍ର l

ସାଲିଆନା ଖଜଣା

ବାର୍ଷିକ ଦେୟ ଖଜଣା l

ସାସାନ ଟାଙ୍ଗର

ଶବଦାହ ପରେ ସଂଗୃହିତ ଅସ୍ଥିକୁ ମାଟିରେ ପୋତି ତା ଉପରେ ରଖାଯାଉଥିବା ପଥର l

ସାହାଣ

ଗୋରୁଙ୍କୁ ଧରୁଥିବା ସର୍ଦ୍ଦିରୋଗ l

ସାହାଣପଥର

ଶାଣ ପଥର l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App