भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456789Next >

ହ‌ଅ କରିବା

ବୁଲୁଥିବା ହଳ, ଚଳନ୍ତା ଶଗଡରେ ଯୋଚାବଳଦକୁ ଠିଆ ହେବା ପାଇଁ ନିର୍ଦ୍ଦେଶ ଦେବା l

ହ‌ଇଜା

ଝାଡ଼ାବାନ୍ତି ରୋଗ l

ହ‌ଇଜା ଲାଗିବା

କୌଣସି ଅଞ୍ଚଳରେ ଝାଡାବାନ୍ତି ରୋଗ ବ୍ୟାପକ ହେବା l

ହକରା

୧. ଡାକରା, ରାଜାଙ୍କ ଆହ୍ଵାନ l ୨. ବ୍ରାହ୍ମଣ ଶାସନରେ ଗହ୍ମାପୂର୍ଣ୍ଣିମା ଦିନ କୋଠଭୋଗ ନେବା ପାଇଁ ଜଣକ ପରେ ଜଣକୁ ଡକରା l ୩. ବ୍ରାହ୍ମଣ ସମାଜରେ ବୋହୂକୁ ପହିଲିପାଳି ଆଣିବାକୁ ଓ ଜୋ‌ଇଁଙ୍କୁ ପ୍ରଥମେ ନିମନ୍ତ୍ରଣ କରିବାକୁ ଶାଶୁ ବା ଶଶୁର ଘରୁ ପ୍ରେରିତ ନିମନ୍ତ୍ରଣ ସାମଗ୍ରୀ l

ହକଳା

ଲୁଗା ପାଲଟି ଏହାକୁ ଧୋ‌ଇବା l

ହଜିମିବୁଟି

ଅଜୀର୍ଣ୍ଣ ଦୂର କରିବା ପାଇଁ ରୋଗୀ ଖାଉଥିବା ବିବିଧ ଚେର ମୂଳିର ଔଷଧ l

ହଟଲି

ଛୋଟ ହାଟ l

ହଡପ

ପାନଡିବା, ପାନ ସରଞ୍ଜାମ ଥିବା ବାକ୍ସ, ପାନବଟା, ଚୂନଖାଇ, ଇତ୍ୟାଦି ଏଥିରେ ରଖାଯାଏ l

ହଡ଼ପନାୟକ

ଶ୍ରୀଜଗନ୍ନାଥଙ୍କ ତାମ୍ବୁଳ ସେବକ l

ହଡା

ବୁଢା ହୋ‌ଇଯାଇଥିବା ବଳଦ l

ହଡାଗାଣ୍ଡିଆ

ମାଟିରେ ଛକିଗାର କାଟି, ପାଞ୍ଚଛକିଆ ଖେଳ l ଏଥିରେ ଦୁଇ ଖେଳାଳି ଖେଳନ୍ତି ଓ ପ୍ରତି ଜଣକର ଦୁଇଟି ଲେଖାଏଁ ସାର ଥାଏ l ଏହାକୁ ଚଳାଇ ଜଣେ ଅନ୍ୟଜଣଙ୍କୁ ରୋଧନ୍ତି l

ହଡି(ରି)କାଠ

ଯୂପକାଠ l ପଶୁବଳି ଦେବାପାଇଁ ଦେବୀଙ୍କ ସାମନାରେ ପୋତା ଯାଇଥିବା, ଉପର ଅଂଶରେ ଘରା କଟାଯାଇଥିବା କାଠଖୁଣ୍ଟ l ଏଇ ଘରାରେ ପଶୁର ବେକ ରଖି ବଳି ଦିଆଯାଏ l

ହଣ୍ଡା

ପିତଳ ତିଆରି ବଡ ହାଣ୍ଡି, ଏଥିରେ ରୋଷେଇ କରାଯାଏ l

ହତା

୧. ଚଟୁ, କରଛୁଲି, ବଡ ଲୁହାଖଡିକା l ୨. ଧନୁର ଯେଉଁ ଅଂଶକୁ ମୁଠାଇ ଧରାଯାଏ l ୩. ଧନୁର ମଧ୍ୟ ସ୍ଥଳରୁ ଦୁଇ ଦିଗକୁ ବାହାରି ଥିବା ଅଂଶ l ୪. ଘର ଚାରିପାଖେ ରହିଥିବା ପାଚିରି l ୫. କ୍ଷେତ ଆଡକୁ ଲମ୍ବିଥିବା ପାଣିନାଳି l

ହତିଆ

ମାନସିକ ପୂରଣ ପାଇଁ ଦେବଦେବୀଙ୍କ ଶରଣାପନ୍ନ ହୋ‌ଇ ଅଧ୍ୟାପଡ଼ିବା l

ହପ୍ତା

୧. ଏକ ସପ୍ତାହ l ୨. ସପ୍ତାହର ମଜୁରି l

ହବିଷ

କାର୍ତ୍ତିକ, ମାଘ ଓ ବୈଶାଖ ମାସରେ ପାଳିତ ବ୍ରତ l ମାସସାରା ପ୍ରାତସ୍ନାନ, ଏକଥର ପାଇଁ ଅରୁଆନ୍ନ ଭୋଜନ, ଦାନ, ଧ୍ୟାନ,ମାହାତ୍ମ୍ୟ ଶ୍ରବଣାଦି କର୍ମ l

ହବିଷଘର

ହବିଷ୍ୟାନ୍ନ ରୋଷେଇ କରାଯାଉଥିବା ଘର l

ହବିଷତିଅଣ

ମୁଗ, ବନ୍ତଳ କଦଳୀ, ସାରୁ, ଓ‌ଉ ମିଶା ତରକାରୀ, ଏହାକୁ ଘିଅ ଛୁଙ୍କ କରାଯାଏ l

ହବିଷଭାର

ବନ୍ଧୁମାନଙ୍କ ଦ୍ଵାରା ପ୍ରେରିତ ହବିଷ ସାମଗ୍ରୀ l ଯଥା ଅରୁଆ ଚାଉଳ, ଗୋଟାମୁଗ, ନଡିଆ, ସାରୁ, କଞ୍ଚା ବନ୍ତଳ କଦଳୀ, ପାଚିଲା କଦଳୀ, ମିଶ୍ରି, ଅଦା, ଅଗସ୍ତି ଶାଗ ଇତ୍ୟାଦି l
< previous123456789Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App